କଂଗ୍ରେସ ପକ୍ଷରୁ ସିଏଏ ଏବଂ ଏନ୍ଆର୍ସିକୁ ବିରୋଧ କରି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇ ବିରୋଧୀ ନେତ୍ରୀ ମାୟାବତୀ ଏବଂ ମମତା ବାନାର୍ଜୀ । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଏବଂ ବିଏସ୍ପି ମୁଖ୍ୟ ମାୟାବତୀ ଏହି ବୈଠକ ବର୍ଜନର ନିଷ୍ପତ୍ତି ନେଇଛନ୍ତି ।