ସାତାକୋଶିଆକୁ ପୁଣି ଚାରୋଟି ବାଘ ଆସିବା ପାଇଁ ନିଷ୍ପତି କରାଯାଇଛି

ବର୍ତ୍ତମାନ ମଧ୍ୟ ପ୍ରଦେଶରୁ ଆସିଥିବା ସୁନ୍ଦରୀ ବାଘୁଣୀକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ଥିବା ବେଳେ ସେଠାକୁ ପୁଣି ଚାରୋଟି ବାଘ ଆସିବ ବୋଲି ଜଙ୍ଗଲ ବିଭାଗ ନିଷ୍ପତି କରିଛି। ନିକଟରେ ସୁନ୍ଦରୀ ବାଘ ଜଣେ ବୃଦ୍ଧାଙ୍କୁ ମାରିଦେଇଛି ବୋଲି ଅଭିଯୋଗ ହୋଇଛି। ତାହାକୁ ନେଇ ସ୍ଥାନୀୟ ଲୋକେ ଜଙ୍ଗଲ ବିଭାଗ ଅଫିସରେ ପଶି ଭଙ୍ଗାଋଜା ମଧ୍ୟ କରିଛନ୍ତି। ସୁନ୍ଦରୀକୁ ତୁରନ୍ତ ସାତକୋଶିଆ ଜଙ୍ଗଲରୁ ସ୍ଥାନାନ୍ତରିତ କରାଯାଉ ବୋଲି ଦାବୀ କରାଯାଉଛି। ହେଲେ ଜଙ୍ଗଲ ବିଭାଗ ପୁଣି ଚାରୋଟି ବାଘ ଆଣିବାକୁ ନେଇ ସେଠାରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି।

Leave a Reply