ସରକାର ଗଠନ ପାଇଁ ଶିବସେନା ଅନୁରୋଧକୁ ରାଜ୍ୟପାଳଙ୍କ ପ୍ରତ୍ୟାଖ୍ୟାନ : ଏନ୍‌ସିପିକୁ ଆମନ୍ତ୍ରଣ

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନାର ଅନୁରୋଧକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିବା ସହିତ ଏନ୍‌ସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ଶିବସେନା ପକ୍ଷରୁ ସୋମବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି 48 ଘଣ୍ଟାର ସମୟ ମଗାଯାଇଥିବା ବେଳେ ରାଜ୍ୟପାଳ ଏହାକୁ ଖାରଜ କରି ଦେଇଥିଲେ । ଏହାପରେ ରାଜ୍ୟପାଳଙ୍କ ପକ୍ଷରୁ ତୃତୀୟ ବୃହତ ଦଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯାଇଛି । ମଙ୍ଗଳବାର ରାତି 8.30 ପର୍ଯ୍ୟନ୍ତ ଶିବସେନାକୁ ସରକାର ଗଠନର ସମୟ ଦିଆଯାଇଛି । ଏନ୍‌ସିପି ନେତା ଅଜିତ ପଓ୍ବାର ରାଜ୍ୟପାଳଙ୍କୁ ଭେଟିବା ପରେ ଏହି ସୂଚନା ପ୍ରଦାନ କରିଥିଲେ ।

Leave a Reply