ସଂଖ୍ୟାଗରିଷ୍ଠ ଧୈର୍ଯ୍ୟ ହରାଇଲେ ଗୋଧ୍ରା ପରି ପରସ୍ଥିତି ସୃଷ୍ଟି ହୁଏ : ସି ଟି ରବି

ବେଙ୍ଗାଲୁରୁର ଜନୈକ ବିଜେପି ମନ୍ତ୍ରୀ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକର ବିଜେପି ମନ୍ତ୍ରୀ ସି ଟି ରବି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେତେବେଳେ ଦେଶରେ ସଂଖ୍ୟାଗରିଷ୍ଠ ନିଜର ଧୈର୍ଯ୍ୟ ହରାଇଥାନ୍ତି ଦେଶରେ ଗୋଧ୍ରା ପରି ପରସ୍ଥିତି ସୃଷ୍ଟି ହୋଇଥାଏ । କଂଗ୍ରେସ ବିଧାୟକ ୟୁଟି ଖାଦେରଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ରବି ଏହି ମନ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକରେ ସିଏଏ ଲାଗୁ କରାଗଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ଏହାର ଜବାବ ଦେବେ ବୋଲି ଖାଦେର କହିଛନ୍ତି ।

Leave a Reply