ଶୀତକାଳୀନ ଅଧିବେଶନ ଆରମ୍ଭ : ମୁଲତବୀ ପ୍ରସ୍ତାବ ଜରିଆରେ ସରକାରଙ୍କୁ ଘେରିଲେ ବିରୋଧୀ

ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । 30 କାର୍ଯ୍ୟଦିବସ ବିଶିଷ୍ଟ ଅଧିବେଶନର ପ୍ରଥମରୁ ବିରୋଧୀ ଦଳ ସରକାରଙ୍କୁ ଆକ୍ରମଣ କରିଛନ୍ତି । ବିଜେପି ପକ୍ଷରୁ ରାଜ୍ୟରେ ମହିଳାଙ୍କୁ ନିର୍ଯେତନା ବିରୋଧରେ ମୁଲତବୀ ପ୍ରସ୍ତାବ ଆଗତ କରିଥିବା ବେଳେ ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା । ବାଚସ୍ପତି ଏହି ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିନଥିବା ଜଣାପଡିଛି ।

Leave a Reply