ଶିଶୁ ମୃତ୍ୟୁକୁ ନେଇ ବଡ ମେଡିକାଲ କାଜୁଆଲିଟି ବିଭାଗରେ ତାଲା

ଏକ ଶିଶୁର ମୃତ୍ୟୁକୁ ନେଇ ଆଜି କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡିକାଲର କାଜୁଆଲିଟିରେ ତାଲା ପକାଇ ଦେଇଥିଲେ । ସୂଚନା ଅନୁଯାୟୀ, ଗତକାଲି ସିଡିଏ ସେକ୍ଟର 6 ସ୍ଥିତ ହଇରାଣ ବସ୍ତିର 3 ବର୍ଷର ଶିଶୁ ସିଡ଼ିରୁ ପଡ଼ିଯାଇଥିଲା । ଡାକ୍ତରଖାନା ନିଆଯିବା ପରେ ଅବସ୍ଥା ସାଧାରଣ ଥିବା କହି ଡାକ୍ତର ଘରକୁ ପଠାଇ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବାନ୍ତି ହେବା ସହିତ ଶିଶୁଟି ମୃତ୍ୟୁବରଣ କରିଥିଲା । ଡାକ୍ତରଙ୍କ ଅବହେଳା ଅଭିଯୋଗ କରି ଆଜି ସକାଳୁ ପରିବାର ଲୋକ କାଜୁଆଲିଟି ବିଭାଗରେ ତାଲା ପକାଇ ଦେଇଥିଲେ ।

Leave a Reply