ଦାବୀ ପୁରଣ ନ ହେଲେ ରାଜରାସ୍ତାରେ ବୁଲିବ ଖଣ୍ଡା ଓ ଠେଙ୍ଗା, ପାଇକ ମହାସଂଘର ଧମକ

ରାଜ୍ୟ ସରକାର ତୁରନ୍ତ ଓଡିଶାର ପ୍ରାଚୀନ ଯୁଦ୍ଧ ନୃତ୍ୟ ପାଇକ ଆଖଡାକୁ ରାଜ୍ୟ କ୍ରୀଡା ମାନ୍ୟତା ପ୍ରଦାନ କରନ୍ତୁ ବୋଲି ଦାବୀ କରିଛି ଓଡିଶା ପାଇକ ମହାସଂଘ। ଭୁବନେଶ୍ବରରେ ଆୟୋଜିତ ଏକ ସମ୍ମିଳନୀରେ ସଂଘ ଏହି ଦାବୀ କରିଛି। ନଚେତ ପୁଣି ଥରେ ରାଜ ରାସ୍ତାରେ ଖଣ୍ଡା ଓ ଠେଙ୍ଗା ବୁଲିବ ବୋଲି ମହାସଂଘ ଧମକ ଦେଇଛି। ଓଡିଶାର ପାଇକ ଏକ ପାରପାଂରିକ ତଥା ବୀର ନୃତ୍ୟ ରୂପେ ପରିଚିତ। ହେଲେ ବର୍ତ୍ତମାନ ଏହା ଧିରେ ଧିରେ ଲୋପ ପାଇବାକୁ ବସିଲାଣି। ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ, ନଚେତ ରାଜ୍ୟର ପାଇକ ଜାତି ଜାଗି ଉଠିବ ବୋଲି ସଂଘ କହିଛି।

Leave a Reply