ରାଜନୀତିରେ ସାମିଲ ହେଲେ ପ୍ରଶାନ୍ତ କିଶୋର

ନିର୍ବାଚନ ରଣନୀତିରେ ଧୁରୀଣ ପ୍ରଶାନ୍ତ କିଶୋର ରାଜନୀତିରେ ଯୋଗ ଦେଇଛନ୍ତି। ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଶାନ୍ତ କିଶୋର ଦଳରେ ଯୋଗ ଦେଇଛନ୍ତି। ୨୦୧୪ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିବା ଏହି ବ୍ୟକ୍ତି ୨୦୧୯ରେ କେଉଁ ଦଳ ପାଇଁ ନିର୍ବାଚନ ପ୍ରଚାର ଦାୟିତ୍ୱ ଗ୍ରହଣ କରିବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର କିଛି ଦିନ ପୂର୍ବେ ପ୍ରଶାନ୍ତ କିଶୋର ଆଗାମୀ ନିର୍ବାଚନରେ କୌଣସି ରାଜନୈତିକ ଦଳ ପାଇଁ ପ୍ରଚାର ଦାୟିତ୍ୱ ନେବେ ନାହିଁ ବୋଲି ଗଣମାଧ୍ୟମରେ ସୂଚନା ଦେବା ସହ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ।

Leave a Reply