ରାଜଧାନୀରେ କଲେଜ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଗିରଫ

ରାଜଧାନୀ ଭୁବନେଶ୍ୱରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରବିବାର ବିଳମ୍ବିତ ରାତିରେ ୟୁନିଟ୍‌-1 ଅଞ୍ଚଳରେ ଏହି ଘଟଣା ଘଟିଛି । ଗତ ରାତିରେ ସମ୍ପୃକ୍ତ ଛାତ୍ରୀ ଜଣକ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଅଜୟ ଛାତ୍ରୀଙ୍କୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମୟରେ ଛାତ୍ରୀ ଜଣକ ଜୋରରେ ଚିତ୍କାର କରିବାରୁ ସେ ଫେରାର ହୋଇଯାଇଥିଲେ । କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ଚଢ଼ଉ କରାଯାଇ ଅଜୟକୁ ଗିରଫ କରାଯାଇଥିଲା ।

Leave a Reply