ମୁବ ଲିଚିଂ ଉପରେ ନୂଆ ଆଇନ୍‌ ଆଣିଲେ ମମତା ସରକାର

ପଶ୍ଚିମବଙ୍ଗର ମମତା ସରକାରଙ୍କ ମୁବ୍‌ଲିଚିଂ ବିରୋଧରେ ନୂଆ ଆଇନ୍‌ ଆଣିଛନ୍ତି । ଆଜି ବିଧାନସଭାରେ ଏହି ନୂଆ ଆଇନ୍‌ର ବିଧେୟକ ଆଣିଛନ୍ତି । ଏଥିରେ ମୁବ୍‌ ଲିଚିଂ ବିରୋଧରେ କଡ଼ା ପ୍ରାବଧାନ ରହିଛି । ଏହି ନୂଆ ନିୟମ ଜରିଆରେ ଭିଡ ହିଂସାକୁ ଉସୁକାଇବା ପାଇଁ ଆଜୀବନ କାରବାସର ଦଣ୍ଡବିଧାନ ରହିଛି । ତେବେ ମୁବ୍‌ ଲିଚିଂ ଉପରେ ସର୍ବପ୍ରଥମେ ରାଜସ୍ଥାନ ଆଇନ୍‌ ଆଣିଥିବାବେଳେ ପଶ୍ଚିମବଙ୍ଗ ଦ୍ବିତୀୟସ୍ଥାନରେ ରହିଛି । ଏହି ନୂଆ ଆଇନ୍‌ ଅନୁସାରେ ମୁବ୍‌ ଲିଚିଂରେ ସାମିଲ୍‌ ହେଉଥିବା ଲୋକଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ।

Leave a Reply