ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଖେଳିଲେ, ଷ୍ଟାଣ୍ଡିୟମରେ ଦର୍ଶକଙ୍କ ତାଳି ମାଡ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଷ୍ଟାଡିୟମରେ ଆୟୋଜିତ ପ୍ରଦର୍ଶନୀ ହକି ମ୍ୟାଚ ଉଦଘାଟନ କରିଥିଲେ। ତେବେ ଦର୍ଶକଙ୍କ ମ୍ୟାଚ ଦେଖିବାକୁ ଯେତିକି ଆଗ୍ରହ ନ ଥିଲା, ମୁଖ୍ୟମନ୍ତ୍ରୀଙ୍କ ହକି ଖେଳ ଦେଖିବା ପାଇଁ ବେଶ୍ ଉତକଣ୍ଠାର ସହ ଅପେକ୍ଷା କରିଥିଲେ। ଅନେକ ଭାବିଥିଲେ ମୁଖ୍ୟମନ୍ତ୍ରୀ ସୁଇଚ ଟିପି ଖେଳକୁ ଉଦଘାଟନ କରିବେ। ହେଲେ ସେ ହକି ଷ୍ଟିକ ଧରି ଯେତେବେଳେ ପଡିଆକୁ ଆସିଲେ ଦର୍ଶକ ତାଳିମାଡରେ ଷ୍ଟାଡିୟମ ପ୍ରକମ୍ପିତ ହୋଇଯାଇଥିଲା। ଆଉ ଷ୍ଟିକ ଧରି ବଲ ମାରିବା ପରେ ଦର୍ଶକଙ୍କ ମନରେ ନାହିଁ ନଥିବା ଆଗ୍ରହ ସୃଷ୍ଟି ହୋଇଥିଲା।

Leave a Reply