ଆମେରକିୀୟ ମହାକାଶ ବିଜ୍ଞାନ ସଂସ୍ଥାନ ନାସା ପକ୍ଷରୁ ସୋମବାର ବିକ୍ରମ ଲ୍ୟାଣ୍ଡରର ଫଟୋ ଜାରି କରାଯାଇଛି । ନାସାର ଏଲ୍ଆର୍ଓସି କ୍ୟାମେରାରେ ଏହି ଫଟୋ ଉତ୍ତୋଳନ କରାଯାଇଛି । ଏହି ଫଟୋରେ ବିକ୍ରମର ଲ୍ୟାଣ୍ଡିଂ ସ୍ଥାନ ଏବଂ ଭଗ୍ନାବଶେଷ ଦେଖିବାକୁ ମିଳିଛି । ସନମୁଗ ସୁବ୍ରମଣ୍ୟନ୍ଙ୍କୁ ପ୍ରଥମେ ଏହି ଫଟୋ ପାଇବା ପରେ ନାସାର ଏଲଆରଓସି ବିଭାଗ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଅକ୍ଟୋବର 14,15 ଏବଂ ନଭେମ୍ବର 11 ତାରିଖରେ ଉତ୍ତୋଳିତ ଫଟୋର ତର୍ଜମା କରି ନାସା ଏହି ନିଷ୍କର୍ସରେ ପହଞ୍ଚିଥିଲା ।