ମହାରାଷ୍ଟ୍ର ପରେ ଝାରଖଣ୍ଡରେ ବିଜେପି ହାତ ଛାଡିଲେ ସହଯୋଗୀ ଦଳ

ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ପରେ ବର୍ତ୍ତମାନ ଝାରଖଣ୍ଡରେ ଦଳକୁ ସମାନ ପରସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଆସନ ଆବଣ୍ଟନକୁ ନେଇ ଝାରଖଣ୍ଡ ନିର୍ବାଚନ ପୂର୍ବରୁ ଚିରାଗ ପାଶ୍ବାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି ବିଜେପିର ହାତ ଛାଡିଛି । 2014ରେ ଏଲ୍‌ଜେପି ମାତ୍ର ଗୋଟିଏ ଆସନରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲା । ବିଜେପି ପକ୍ଷରୁ ଏଲ୍‌ଜେପିକୁ 6ଟି ଆସନ ପ୍ରଦାନ କରାଯାଇଥିବା ବେଳେ ଚିରାଗ ପାଶ୍ବାନଙ୍କ ଦଳ 50 ଆସନରେ ପ୍ରତିଦ୍ବନ୍ଦିତା କରିବା ନେଇ ସୂଚନା ଦେଇଛି । ମଙ୍ଗଳବାର ସନ୍ଧ୍ୟାରେ ଏଲ୍‌ଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣା ପଡିଛି ।

Leave a Reply