ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିବ : ସଞ୍ଜୟ ନିରୁପମ

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଥମିବାର ନାମ ନେଉନାହିଁ । ବିଜେପି-ଶିବସେନା ମେଣ୍ଟ ସମ୍ଭାବନା ଶେଷ ହେବା ପରେ ଏନ୍‌ସିପି ଏବଂ କଂଗ୍ରେସ ସହିତ ଶିବସେନା ମେଣ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ଏନ୍‌ସିପି ଏବଂ କଂଗ୍ରେସ ସହିତ ମେଣ୍ଟ ନେଇ ଶିବସେନା ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ଏହାକୁ ନେଇ କଂଗ୍ରେସ ନେତା ସଞ୍ଜୟ ନିରୁପମ ଦଳକୁ ଚେତାବନୀ ଦେଇଛନ୍ତି । ମହାରାଷ୍ଟ୍ରରେ କେଉଁ ଦଳ ସରକାର ଗଠନ କରୁଛି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ, ମାତ୍ର ବର୍ତ୍ତମାନର ପରସ୍ଥିତିକୁ ଧ୍ୟାନରେ ରଖିଲେ ରାଜନୈତିକ ଅସ୍ଥିରତା ଜାରି ରହିବ ବୋଲି ନିରୁପମ କହିଛନ୍ତି । ଏହା ସହିତ ନିରୁପମ କହିଛନ୍ତି, ବର୍ତ୍ତମାନର ପରସ୍ଥିତି ଜାରି ରହିଲେ 2020 ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହୋଇପାରେ ।

Leave a Reply