ମହାରାଷ୍ଟ୍ରରେ ବିକଳ୍ପ ମେଣ୍ଟ ନେଇ ଏନ୍‌ସିପିର ସୂଚନା

ମହାରାଷ୍ଟ୍ରରେ ବିଜେପି ଶିବସେନା ମେଣ୍ଟ ସରକାର ଗଠନରେ ବିଫଳ ହେବା ପରେ ବିକଳ୍ପ ମେଣ୍ଟ ନେଇ ଏନ୍‌ସିପି ପକ୍ଷରୁ ସୂଚନା ଦିଆଯାଇଛି । ଏନ୍‌ସିପି ନେତା ନଓ୍ବାବ ମଲ୍ଲିକ୍‌ ରବିବାର ଏହି ସୂଚନା ଦେଇଛନ୍ତି । ମଲ୍ଲିକ୍‌ କହିଛନ୍ତି, ଶିବ ସେନା ବିଜେପିକୁ ସମର୍ଥନ ପ୍ରଦାନ ନକଲେ ଏନ୍‌ସିପି ପକ୍ଷରୁ ଶିବସେନା ସହିତ ମିଶି ସରକାର ଗଠନର ଅନ୍ୟ ବିକଳ୍ପ ଉପରେ ଆଲୋଚନା କରାଯିବ । ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ରାଜ୍ୟର ଏକକ ସଂଖ୍ୟା ଗରିଷ୍ଠ ଦଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ପରେ ଏନ୍‌ସିପି ପକ୍ଷରୁ ଏହି ମତ ପ୍ରକାଶ ପାଇଛି ।

Leave a Reply