ମହାନଦୀରେ ଭାସିଗଲେ 6 ଯୁବତୀ, ଜଣେ ନିଖୋଜ

ସମ୍ୱଲପୁର ସ୍ଥିତ ମହାନଦୀର ସଡ଼କଘାଟରେ ଆଜି ଏକ ଅଘଟଣ ଘଟିଛି । ୬ଜଣ ଯୁବତୀ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ଉଦ୍ଧାର କରାଯାଇଛି। ଆଉ ଜଣେ ଯୁବତୀ ନିଖୋଜ ଅଛନ୍ତି । ନିଖୋଜ ଯୁବତୀଙ୍କ ସନ୍ଧାନ ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି । ସମସ୍ତ ଯୁବତୀଙ୍କ ଘର ସ୍ଥାନୀୟ ଧୋବାପଡ଼ା ଓ ସାହିବଙ୍ଗଳା ପଡ଼ାରେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *