ମଣିଷ ନୁହେଁ ଭର୍ଚୁୟାଲ ମଣିଷ ପଢିଲା ନ୍ୟୁଜ, ଚୀନର ଏକ ଭିନ୍ନ ଉଦ୍ଭାବନ

ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ। ଚୀନର ଏକ ନ୍ୟୁଜ୍ ଏଜେନ୍ସି କମ୍ପ୍ୟୁଟର ମାଧ୍ୟମରେ ଏପରି ଏକ ମଣିଷ ତିଆରି କରିଛି ଯାହା 24 ଘଣ୍ଟା ଧରି ଟିଭି ପରଦାରେ ନ୍ୟୁଜ ପଢିପାରୁଛି। ସାଧାରଣତଃ ରୋବର୍ଟ, ନ୍ୟୁଜ୍ ପଢିବା ବା ପ୍ରଶ୍ନର ଉତ୍ତର ଦେବା ସମସ୍ତେ ଅବଗତ ଅଛନ୍ତି। ହେଲେ ଏହି ଭର୍ଚ୍ୟୁଅାଲ୍ ମଣିଷ ନ୍ୟୁଜ ପଢିବା ଏକ ଭିନ୍ନ ଉଦ୍ଭାବନ ବୋଲି କୁହାଯାଉଛି। ଏହି ଭର୍ଚ୍ୟୁଅାଲ୍ ମଣିଷ 24 ଘଣ୍ଟା ଧରି ନ୍ୟୁଜ ପଢିବା ବିଶ୍ବ ଗଣମାଧ୍ୟମ ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ଏହି ଭର୍ଚ୍ୟୁଅାଲ୍ ମଣିଷକୁ ନ୍ୟୁଜଗୁଡିକ ଫିଡ୍ କରିଦେଲେ ସେ ଆପେ ଆପେ ପଢିଚାଲେ।

Leave a Reply