ମଙ୍ଗଳବାର ପ୍ରଥମ ଦିନିକିଆ : ଟିମ୍‌ ଚୟନକୁ ନେଇ ଦ୍ବନ୍ଦରେ ଭାରତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ମ୍ୟାଚ୍‌ ପାଇଁ ଟିମ୍‌ ଚୟନକୁ ନେଇ ଭାରତୀୟ ଦଳ ଦ୍ବନ୍ଦ୍ବରେ ରହିଛି । ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନରେ ଓପନିଂ ସ୍ଥାନକୁ ନେଇ ଟିମ୍‌ ସମସ୍ୟା ଦେଖାଦେଇଛି । ରୋହିତଙ୍କ ସହିତ ଉଭୟ ଧଓ୍ବନ୍‌ ଏବଂ ରାହୁଲ ସଫଳ ହୋଇଥିବାରୁ ମ୍ୟାନେଜମେଣ୍ଟ କାହାକୁ ଖେଳାଇବ ସେ ନେଇ ଅଡୁଆରେ ପଡିଛି । ସେହିପରି ଦ୍ରୁତ ବିଭାଗରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ମହମ୍ମଦ ସାମିଙ୍କ ସହିତ ନବଦୀପ ସାଇନି କିମ୍ବା ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ଜଣେ ସ୍ଥାନ ପାଇବେ ।

Leave a Reply