ଭୁବନେଶ୍ୱରରେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଏ.ଆର. ରେହେମାନ୍, ନବୀନ ପଟ୍ଟନାୟକଙ୍କୁ କଲେ ସାକ୍ଷାତ।

ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଓସ୍କାର ବିଜେତା ଏ.ଆର. ରେହେମାନ୍। ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ତାଙ୍କ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। ରେହେମାନ୍ ହକି ଇଣ୍ଡିଆର ଟାଇଟଲ ସଂଗୀତକୁ ଆସନ୍ତା 27 ତାରିଖ ଦିନ କଳିଙ୍ଗ ଷ୍ଟାଡିୟମରେ ପରିବେଷଣ କରିବେ। ଏଥିସହିତ 28 ତାରିଖରେ ମଧ୍ୟ କଟକ ବାରବାଟୀ ଷ୍ଟାଡିୟମରେ ସେ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ କିପରି ହେବ ସେ ନେଇ ରେହେମାନ୍ ଉଭୟ ଷ୍ଟାଡିୟମ୍ ତଦାରଖ କରିବେ।

Leave a Reply