ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ନିଜର ଭିସା ପାଇଁ ଟ୍ବିଟ୍ଟର ଜରିଆରେ ଅନୁରୋଧ କରିଛନ୍ତି । ଡେନ୍ମାର୍କ ପାଇଁ ସାଇନା ଭିସା ଆବେଦନ କରିଥିବା ବେଳେ ଏହାକୁ ମଞ୍ଜୁରୀ ମିଳିନାହିଁ । ‘ଆସନ୍ତା ସପ୍ତାହର ମଙ୍ଗଳବାରରୁ ଡେନମାର୍କର ଓଡେନ୍ସରେ ମୋର ପ୍ରଥମ ମ୍ୟାଚ୍ ରହିଛି । ତେଣୁ ଜରୁରୀ କାଳୀନ ପ୍ରକ୍ରିୟାରେ ମୋର ଏବଂ ମୋର ପ୍ରଶିକ୍ଷକଙ୍କ ଭିସାକୁ ମଞ୍ଜୁରୀ ପ୍ରଦାନ କରାଯାଉ’ ବୋଲି ସାଇନା ଟ୍ବିଟ୍ କରିଛନ୍ତି ।