ଭିଡ ହିଂସା ପାଶ୍ଚାତ୍ୟ ସଂସ୍କୃତିର ଅଂଶବିଶେଷ : ମୋହନ ଭାଗବତ

ଭିଡ ହିଂସା ପାଶ୍ଚାତ୍ୟ ସଂସ୍କୃତିର ଅଂଶବିଶେଷ ଏବଂ ଭାରତକୁ ଅଯଥାରେ ବଦନାମ କରାଯାଉଛି ବୋଲି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି । ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ ପକ୍ଷରୁ ଅନୁଷ୍ଠିତ ଦଶହରା କାର୍ଯ୍ୟକ୍ରମରେ ଭାଗବତ ଏହି ମତ ଦେଇଛନ୍ତି । କିଛି ସାମାଜିକ ହିଂସାକୁ ଭିଡ ହିଂସାର ରୂପ ଦିଆଯାଇ ଭାରତକୁ ବଦନାମ କରିବାର ଚେଷ୍ଟା କରାଯାଉଛି ବୋଲି ଭାଗବତ ମତ ଦେଇଥିଲେ । ଏପରି କରାଯାଇ ଦେଶର ହିନ୍ଦୁ ସମ୍ପ୍ରଦାୟକୁ ବଦନାମ କରାଯାଉଛି ଏବଂ ଅନ୍ୟାନ୍ୟ ଧର୍ମର ଲୋକଙ୍କୁ ଭୟଭୀତ କରାଯାଉଛି ବୋଲି ଭାଗବତ ମତ ଦେଇଛନ୍ତି ।

Leave a Reply