ଭାର୍ଗବୀ ନଦୀ କୂଳରୁ ଗଳିତ ମୃତ ଦେହ ଉଦ୍ଧାର

ପିପିଲି ଥାନା ଅନ୍ତର୍ଗତ ଜଗନ୍ନାଥପୁର ନିକଟବର୍ତ୍ତି ଭାର୍ଗବୀ ନଦୀପଠାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପିପିଲି ପୁଲିସ ଜବତ କରିଛି । ମୃତକ ଜଣକ ହେଲେ ଗୋପ ଥାନା ସାନଡି ଅଞ୍ଚଳର ରବିନ୍ଦ୍ର ସାହୁ(58) । ମୃତଦେହ ନିକଟରୁ ମୃତକଙ୍କ ସିମ୍ ନଥିବା ଏକ ମୋବାଇଲ ଫୋନ, କୀଟନାଶକ ବୋତଲ ସହ ଏକ ବ୍ୟାଗରେ ରଖାଯାଇଥିବା ଦାନାଦାର ପ୍ୟାକେଟ ଓ ସାର୍ଟକୁ ପୁଲିସ ଜବତ କରିଛି । ମୃତଦେହଟି ଆଂଶିକ ଭାବେ ଗଳିତ ହୋଇଯାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।

Leave a Reply