ଭାରତ ନେଲା ପ୍ରତିଶୋଧ

ଗାଏନାରେ ଚାଲିଥିବା ମହିଳା ଟି-20 ବିଶ୍ୱକପ୍ ରେ ଭାରତ ତାହାର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ସହଜରେ ପରାଜିତ କରି ଲଗାତର ଏହି ଶୃଙ୍ଖଳର ଦ୍ୱିତୀୟ ବିଜୟ ସହ ସେମିଫାଇନାଲ ଖେଳିବାର ଆଶା ଉଜ୍ଜୀବିତ ରଖିଛି। ଏହି ବିଜୟ ସହ ଭାରତ 2016 ବିଶ୍ୱକପ୍ ରେ ପାକିସ୍ତାନଠାରୁ ପରାଜୟର ପ୍ରତିଶୋଧ ନେଇଛି। ଭାରତ ଟସ୍ ଜିତି କ୍ଷେତ୍ରରକ୍ଷଣର ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ତାହାର ପ୍ରଥମ ପାଳିରେ ବିସ୍ମା ମାରୁଫ୍ ଓ ନିଦା ଦାର୍ ଙ୍କ ଅର୍ଦ୍ଧଶତକ ବଳରେ 7 ଉଇକେଟ୍ ହରାଇ କେବଳ 133 ରନ୍ କରିବାରେ ସମର୍ଥ ହୋଇଥିଲା। କିନ୍ତୁ ଭାରତ ପ୍ରାରମ୍ଭିକ ଯୋଡ଼ି ମିତାଲି ରାଜ୍ ଙ୍କ 56 ରନ୍ ଓ ସ୍ମୃତି ମାନ୍ଧାନାଙ୍କ 26 ରନ୍ ବଳରେ ଲକ୍ଷ୍ୟ 134 ରନ୍ କୁ ତିନି ଉଇକେଟ୍ ହରାଇ ସହଜରେ ବିଜୟ ଲାଭ କରିଥିଲା।

Leave a Reply