ଭାରତୀୟ ପେସର୍‌ଙ୍କୁ ସଫଳତା : ବାଂଲାଦେଶ 150ରେ ଅଲ୍‌ଆଉଟ୍‌

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ 150 ରନ୍‌ରେ ଅଲଆଉଟ ହୋଇଛି । ଭାରତୀୟ ପେସ୍‌ ବୋଲରଙ୍କ ସଫଳତା ଫଳରେ ଭାରତ ଡ୍ରାଇଭର ସିଟ୍‌ରେ ରହିଛି । ଭାରତୀୟ ପେସ୍‌ ବୋଲର ନିଜ ମଧ୍ୟରେ 7ଟି ଓ୍ବିକେଟ୍‌ ବାଣ୍ଟି ନେଇଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଉମେଶ ଯାଦବ, ଇଶାନ୍ତ ଶର୍ମା ଏବଂ ଅଶ୍ବିନ୍‌ ପ୍ରତ୍ୟୋକ ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ବାଂଲାଦେଶ ପକ୍ଷରୁ ମୁସଫିକର ରହିମ୍‌ ସର୍ବାଧିକ 43 ରନ୍‌ ସଂଗ୍ରହ କରିଥିବା ବେଳେ ଅଧିନାୟକ ମୋମିନୁଲ ହକ୍‌(37) ରନ୍‌ ସଂଗ୍ରହ କରିଥିଲେ ।

Leave a Reply