ବ୍ରହ୍ମ ବିଭ୍ରାଟ ନେଇ ମୁହଁ ଖୋଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ମନ୍ଦିର ପ୍ରଶାସନକୁ ଦେଲେ ଦୋଷ

ବ୍ରହ୍ମ ବିଭ୍ରାଟ ଏବଂ ଦାରୁ ଫିକ୍ସି ଘଟଣା ନେଇ ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଶେଷରେ ମୁହଁ ଖୋଲିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ, ଯେ କୌଣସି ଧର୍ମ ଶଙ୍କଟରେ ମୋର ପରାମର୍ଶ ନେବାର ଆବଶ୍ୟକତା ରହିଛି। ହେଲେ ମନ୍ଦିର ପ୍ରଶାସନ ଏହା କରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି ଶଙ୍କରାଚାର୍ଯ୍ୟ। ବର୍ତ୍ତମାନ ମନ୍ଦିର ପ୍ରଶାସନ ଦିଗହୀନ ହୋଇପଡିଛି ବୋଲି ସେ କହିଛନ୍ତି। ଯଦି ମନ୍ଦିର ପ୍ରଶାସନ ତାଙ୍କ ସହିତ ଆଲୋଚନା କରେ ତେବେ ଏହାର ସମାଧାନ ହୋଇପାରିବ ବୋଲି ଶଙ୍କରାଚାର୍ଯ୍ୟ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Leave a Reply