ବୈଜୟନ୍ତ ଜଣେ ବେପାରୀ, ରାଜନୀତି ତାଙ୍କର ଏଜେଣ୍ଡା ନୁହେଁ, ଦାମୋଦର ରାଉତ

ବିଜେଡିରୁ ବହିସ୍କୃତ ନେତା ଦାମୋଦର ରାଉତ ଆଜି ଅନ୍ୟତମ ବିଜେଡି ବହିସ୍କୃତ ନେତା ବୈଜୟନ୍ତ ପଣ୍ଡାକୁ ତୀବ୍ର ସମାଲୋଚନା କରିଛନ୍ତି। ବୈଜୟନ୍ତ ହେଉଛନ୍ତି ଜଣେ ବେପାରୀ, ତାଙ୍କର ରାଜନୈତିକ ଅଭିସନ୍ଧି ନାହିଁ ବୋଲି ଦାମ କହିଛନ୍ତି। ସେତିକି ନୁହେଁ ବୈଜୟନ୍ତଙ୍କ “ହେଉଯାଉ ଚା ଚର୍ଚ୍ଚା” ଏକ ବରାଦିଆ କାର୍ଯ୍ୟକ୍ରମ। ପଇସା ଖର୍ଚ୍ଚ କରି ଲୋକଙ୍କୁ ଚା ଦୋକାନରେ ଭିଡ କରାଇ ବାହାବା ନେବା ତାଙ୍କର କାମ। ପ୍ରକୃତରେ ଲୋକେ ତାଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି ଦାମ କହିଛନ୍ତି। ତାଙ୍କୁ ନୂଆ ଦଳରେ ସାମିଲି କରାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଇସା ବୋଲି ଦାମ ରୋକଠକ୍ କହିଛନ୍ତି।

Leave a Reply