ବିହାର ଏବଂ କର୍ଣ୍ଣାଟକ ପାଇଁ ବନ୍ୟା ସହାୟତା ରାଶି ଘୋଷଣା

ବନ୍ୟା ପୀଡ଼ିତ ବିହାର ଓ କର୍ଣ୍ଣାଟକ ପାଇଁ କେନ୍ଦ୍ର ସରକାର ସହାୟତା ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ (ଏନ୍‌ଡିଆର୍‌ଏଫ୍‌) ଏହି ସହୟତା ରାଶି ଘୋଷଣା କରାଯାଇଛି । ବିହାରକୁ 400 କୋଟି ଓ କର୍ଣ୍ଣାଟକକୁ 12 ଶହ କୋଟି ଟଙ୍କା ଅଗ୍ରୀମ ଦେବାକୁ ଘୋଷଣା କରିଛନ୍ତି । ଉଭୟ ରାଜ୍ୟରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିହାରରେ ପ୍ରଳୟଙ୍କାରୀ ବନ୍ୟା କାରଣରୁ 92 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *