ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ ହେଲେ ଫଡନବିସ୍‌

ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ଦେବେନ୍ଦ୍ର ଫଡନବିସ୍‌ ନିର୍ବାଚିତ ହୋଇଛନ୍ତି । ନାନା ପଟୋଲେ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ଗୃହରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ, ଶିବସେନା ବିଧାୟକ ଏକନାଥ ସିନ୍ଧେ, କଂଗ୍ରେସ ବିଧାୟକ ବାଲାସାହେବ ଥୋରାଟ ଫଡନାବିସଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ । ବାଚସ୍ପତିଙ୍କ ବିରୋଧୀ ଘୋଷଣା ସମୟରେ ମହା ବିକାଶ ଅଘାଡି ମେଣ୍ଟର ସମସ୍ତ ବିଧାୟକ ଟେବୁଲ ବାଡ଼େଇ ତାଙ୍କୁ ଅଭିବାଦନ ଜଣାଇଥିଲେ ।

Leave a Reply