ବିଧାନସଭାର ଶୀତ ଅଧିବେଶ ଆରମ୍ଭ,ଚାଷୀଙ୍କୁ ନେଇ ଗୃହରେ ହଟ୍ଟଗୋଳ

ବିଧାନସଭାର ଶୀତ ଅଧିବେସନ ଆରମ୍ଭରୁ ଗରମ ହୋଇଛି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଗୃହରେ ତିନି ଜଣ ସହିଦ ଏବଂ ଦୁଇ ଜଣ ପୂର୍ବତ୍ତନ ବିଧାୟକ ପରଲୋକରେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଚାଷୀଙ୍କ ଉପରେ ଆଲୋଚନା ଦାବୀ କରି ହଟ୍ଟଗୋଳ କରିଥିଲେ। ଏପରିକି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ। ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ଦିନକ ପାଇଁ ମୁଲତବି କରିଦେଇଥିଲେ।

Leave a Reply