ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 7ଟି ହାତୀଙ୍କ ମୃତ୍ୟୁ, ସେସକୁ ଦୋଷ ଦେଲା ବନ ବିଭାଗ

ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅଂଚଳରେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 7ଟି ହାତୀ ଜୀବନ ହରାଇଛନ୍ତି।  ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ବିଲ ମଝିରେ ୧୧କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ କି ଦୁଇଟି ହାତୀ ନୁହେଁ ଏକାଥରକେ ୭ଟି ହାତୀଙ୍କର ମୃତ୍ୟୁ ହୋଇଛି । ମୃତ ହାତୀ ଗୁଡିକ ନାଳରେ ପଡିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ ହାତୀ ମାନେ ସ୍ଥାନୀୟ ଅଂଚଳରେ ଘୁରି ବୁଲି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଏନେଇ ଗ୍ରାମବାସୀ ମାନେ ବନ ବିଭାଗକୁ ମଧ୍ୟ ଅବଗତ କରାଇଥିଲେ । ହେଲେ ବନ ବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଇନଥିଲା ।

 

Leave a Reply