ବିଦ୍ୟୁତ ଆଘାତରେ ଦୁଇ ମହିଳା ମୃତ

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅଞ୍ଚଳରେ ବିଦ୍ୟୁତ୍‌ ଆଘାତରେ ଦୁଇ ଜଣ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ବାଣପୁର ଜିଲ୍ଲା ତେନ୍ଦୁଳିଡିହି ଗ୍ରାମରେ ଏକ ଲୁହା ଗ୍ରୀଲ ସର୍ଟ ସର୍କିଟ ହୋଇଥିଲା । ସେହି ସମୟରେ ଗ୍ରୀଲକୁ ଧରି ଜଣେ ମହିଳା ଛିଡା ହୋଇଥିଲା । ତାଙ୍କୁ ପ୍ରଥମେ ବିଦ୍ୟୁତ ଆଘାତ ଲାଗିଥିଲା । ଏହା ଦେଖିବା ପରେ ଆଉ ଜଣେ ପଡୋଶୀ ମହିଳା ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ । କିନ୍ତୁ ଉଭୟ ମୃତ୍ୟୁମୁଖରେ ପଡିଥିଲେ । ଘର ଲୋକ ମେନ୍ ସୁଇଚ ବନ୍ଦ କରିଥିଲେ କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା ।

Leave a Reply

Your email address will not be published. Required fields are marked *