ବିଜେଡିର ନୂଆ ଉଦ୍ୟମ, ଗଠନ କଲା ବିଜୁ ଅଙ୍ଗନବାଡି କର୍ମି ଓ ସହାୟକ ସାମ୍ମୁଖ୍ୟ

ଦିନକୁ ଦିନ ବିଜେଡି ଯୋଡିବାରେ ଲାଗିଛି ନୂଆ ନୂଆ ସାମ୍ମୁଖ୍ୟ। ଆଇନି ସାମୁଖ୍ୟ, ବିଜୁ ଶ୍ରମିକ ସାମ୍ମୁଖ୍ୟ ପରି ବର୍ତ୍ତମାନ ଗଠନ କରାଗଲା ନୂଆ ସାମ୍ମୁଖ୍ୟ-ବିଜୁ ଅଙ୍ଗନବାଡି କର୍ମି ଓ ସହାୟକ ସାମ୍ମୁଖ୍ୟ। ଆଜି ଏହାର ପ୍ରଥମ ବୈଠକ ପୂର୍ବତ୍ତନ ମନ୍ତ୍ରୀ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟ ସମସ୍ତ ବ୍ଲକ, ଏନଏସି ଏବଂ ମହାନଗରର ପ୍ରାୟ ଦୁଇ ହଜାର କର୍ମି ଯୋଗଦେଇଥିଲେ। ମୁଖ୍ୟତଃ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଅବହେଳାରେ କିପରି ରାଜ୍ୟର ଅଙ୍ଗନବାଡି କର୍ମିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସଂପର୍କରେ ଆଲୋଚନା କରାଯାଇଥିଲା।

Leave a Reply