ବାପ ଝିଅଙ୍କୁ ବିଚ୍‌ ରାସ୍ତାରେ ହାଣିଲା ଯୁବକ

ଭଦ୍ରକର ବନ୍ତ ଥାନାର କେନ୍ଦୁଆପଦା ଷ୍ଟେସନରୁ ସ୍କୁଟିରେ ଜଣେ ବାପା ଏବଂ ତାଙ୍କ ଝିଅ ଫେରିବା ବେଳେ ଉଦଭ୍ରାନ୍ତ ଯୁବକଙ୍କ ମରଣାନ୍ତକ ଆକ୍ରମଣ କରିଛନ୍ତି । ଝିଅଙ୍କୁ ଅପହରଣ କରି ନେବା ସମୟରେ ବାପା ବାଧା ଦେବାରୁ ଯୁବକ ଜଣକ ବନ୍ତ ଥାନା ଡାଳିମ୍ଵଗଡିଆ ଛକରେ ବିଚ୍ ରାସ୍ତାରେ ବାପା ଝିଅଙ୍କ ଉପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ବାପା ଝିଅଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply