ବାଚସ୍ପତିଙ୍କୁ ପ୍ରଦାନ କରାଗଲା ଅଭିଜିତ ଆୟାରଙ୍କ ସ୍ବାଧୀକାର ଭଂଗ ରିପୋର୍ଟ।

ଅଭିଜିତ ଆୟର ମିତ୍ରଙ୍କ ସ୍ବାଧିକାର ଭଂଗ ଅନୁଧ୍ୟାନ ପାଇଁ ଗଠିତ ଗୃହ କମିଟ ତାଙ୍କର ରିପୋର୍ଟ ବାଚସ୍ପତିଙ୍କୁ  ପ୍ରଦାନ କରିଛନ୍ତି। ହେଲେ ଗୃହ ଚାଲି ପାରନଥିବାରୁ ଏହାକୁ ବିଧାନସଭାରେ ଉପସ୍ଥାପିତ କରାଯାଇ ପାରିନାହିଁ। ଅଭିଜିତ ଯେପରି ଭାବେ ବିଧାୟକଙ୍କୁ କଟୁ ସମାଲୋଚନା କରିଥିଲେ ତାହାକୁ ନେଇ ସାରା ଓଡିଶାରେ ଉଦବେଗ ପ୍ରକାଶ ପାଇଥିଲା। ଏ ସଂପର୍କରେ ତଦନ୍ତ କରିବା ପାଇଁ ବିରୋଧୀ ଦଳର ନେତା ନରସିଂହଁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟ ଗଠନ କରାଯାଇଥିଲା। ଏହି କମିଟ ଅଭିଜିତଙ୍କୁ ବିଧାନସଭାର ସମ୍ମିଳନୀ କକ୍ଷରେ ଜେରା କରିଥିଲେ।

Leave a Reply