ବସରେ ବସି ବିଧାନସଭା ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 10ଟଙ୍କା ଦେଇ ଟିକେଟ ମଧ୍ୟ କାଟିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ଯୋଗେ ଏୟାରପୋର୍ଟ ଛକରୁ ବିଧାନସଭା ପର୍ଯ୍ୟନ୍ତ ଗଲେ। ବିଶ୍ବାସ ନ ହେଲେ ବି କଥା ଟି ସତ । ଏପରିକି ବସ ଭିତରେ କଣ୍ଟକ୍ଟରକୁ ଟିକେଟ ପାଇଁ 10 ଟଙ୍କା ମଧ୍ୟ ପ୍ରଦାନ କଲେ। ମୋ ବସ ସେବାକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ବସରେ ବସି ବିଧାନସଭା ଯାଇଥିଲେ। ନବୀନ ପ୍ରଥମେ ନବୀନ ନିବାସରୁ କାର ଯୋଗେ ବାହାରି ଏୟାର ପୋର୍ଟ ଛକକୁୁ ଆସିଥିଲେ। ସେଠାରୁ ବସରେ ବସିଥିଲେ। ବସରେ ଥିବା ଅନ୍ୟଯାତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମସ୍ତେ ଭାବିଥିଲେ ଯେ, ମୁଖ୍ୟମନ୍ତ୍ରୀ ଓହ୍ଲାଇପଡିବେ। ହେଲେ ବସ ଗଡିଚାଲିଲା ବିଧାନ ସଭା ଗେଟ ପର୍ଯ୍ୟନ୍ତ। ସେଠାରୁ ସେ କାର ଯୋଗେ ବିଧାନ ସଭା ଯାଇ ସରକାରୀ ଉତ୍ସବରେ ଯୋଗ ଦେଇଥିଲେ।

Leave a Reply