ବଳି କଟକଣାକୁ ବେଖାତିର : ରକ୍ତରଞ୍ଜିତ ଛତର ଯାତ୍ରା

ମହାଷ୍ଟମୀ ଅବସରରେ ପୁଣି ରକ୍ତ ରଞ୍ଜିତ ହୋଇଛି କଳାହାଣ୍ଡିର ଆରାଧ୍ୟଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ପ୍ରଶାସନର କଟକଣା ସତ୍ୱେ ପ୍ରସିଦ୍ଧ ଛତର ଯାତ୍ରାରେ ପଡ଼ିଲା ମାନସିକଧାରୀଙ୍କ ପଶୁ ଓ ପକ୍ଷୀ ବଳି । ଅନେକ କଟକଣା ସତ୍ୱେ ପୁଣି ଛତର ଯାତ୍ରାରେ ହଜାର ହଜାର ଲୋକେ ବଳି ଦେଇଛନ୍ତି । ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିରକକୁ ଛତର ଫେରୁଥିବା ବେଳେ ବଳି ପଡ଼ିଛି । ସୁରକ୍ଷା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 10 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *