ବଜ୍ରାଘାତରେ 2 ଜଣଙ୍କ ମୃତ୍ୟୁ, 2 ଗୁରୁତର

ବିଜୁଳି ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଆନନ୍ଦପୁରର ପଦ୍ମପୁରରେ ଏହି ଘଟଣା ଘଟିଛି । ଦୁଇ ଜଣ ମୃତ ବ୍ୟକ୍ତି ଶ୍ରମିକ ଅଟନ୍ତି । କାମ କରୁଥିବା ବେଳେ ଅଚାନକ ବଜ୍ରପାତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଶ୍ରମିକଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଲୋକେ ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply