ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି କଂଗ୍ରେସ ନେତା ଶଶୀ ଥରୁର୍ । ଫିଲ୍ମ ଜଗତର 49 ଜଣ ବ୍ୟକ୍ତିଙ୍କ ବିରୋଧରେ ଦାୟର କରାଯାଇଥିବା ମାମଲାକୁ ନେଇ ଥରୁର୍ ଏହି ପତ୍ର ଲେଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଉକ୍ତ 49 ଜଣ କଳାକାର ଦେଶରେ ବର୍ଦ୍ଧିତ ଭିଡ ହିଂସା ଏବଂ ଅସହିଷ୍ଣୁତାର ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ । ଏହାକୁ ନେଇ ବିହାରର ମୁଜାଫରପୁରରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସମ୍ବିଧାନର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ଥରୁର୍ ଉଲ୍ଲେଖ କରିଛନ୍ତି ।