ପ୍ରଖ୍ୟାତ ସଂଗୀତଜ୍ଞ ଚିତ୍ତ ଜେନାଙ୍କ 76 ବୟସରେ ପରଲୋକ

ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କର 76 ବର୍ଷ ବୟସରେ ପରଲୋକ ହୋଇଛି। ସେ କିଛି ଦିନ ଧରି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଓଡିଆ ସଂଗୀତ ଜଗତରେ ଚିତ୍ତ ଜେନା ଜଣେ ପରିଚିତ କଣ୍ଠଶିଳ୍ପୀ। ତାଙ୍କର ରୂପ ହୋଇଥିବ ଲାବଣ୍ୟବତି, ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ପୂଜା କାହିଁ ପୂଜା, ଏଇ ବନ ଝରଣା ପ୍ରଭୃତି ଗୀତ ଆଜି ବି ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ଜାମାତା ତଥା ଲୋକପ୍ରିୟ ଅଭିନେତା ମିହିର ଦାସ ଥିଲେ।

Leave a Reply