ପୁଣି ଥରେ ନବୀନ ନମ୍ବର ୱାନ୍, ଇଣ୍ଡିଆ ଟୁଡେର ସର୍ଭେ

ଜାତୀୟ ଗଣ ମାଧ୍ୟମ ଇଣ୍ଡିଆ ଟୁଡେର ଅକ୍ଟୋବରର ସର୍ଭେ ଅନୁସାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନମ୍ବର ୱାନ୍ ନେତା ହୋଇଛନ୍ତି। ନବୀନଙ୍କୁ ରାଜ୍ୟର 54 ପ୍ରତିଶତ ଲୋକେ ପସନ୍ଦ କରନ୍ତି ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ମାତ୍ର 24 ପ୍ରତିଶତ ଲୋକେ ପସନ୍ଦ କରନ୍ତି । ସେହିପରି ବିଜେଡି ସରକାରଙ୍କ ଉପରେ ରାଜ୍ୟର 29 ପ୍ରତିଶତ ଲୋକେ ସନ୍ତୁଷ୍ଟ ଥିବା ବେଳେ, 23 ପ୍ରତିଶତ ଲୋକେ ସମ୍ପୁର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

Leave a Reply