ପୁଣିଥରେ ଅଡୁଆରେ ଅଭିନେତ୍ରୀ କଙ୍ଗୱୃନା ରାଣାୱାତ

ହ୍ରିତିକଙ୍କ ସହ ତୁ ତୁ ମେଁ ମେଁ ଶେଷ ନ ହେଉଣୁ ଏବେ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି ନାୟିକା,କଙ୍ଗନା ରାଣାୱାତ।ଝାନ୍‌ସୀର ରାଣୀ ଲକ୍ଷ୍ମୀବାଈଙ୍କ ଜୀବନକୁ ନେଇ ନିର୍ମିତ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ‘ମଣିକର୍ନିକା : ଦ କୁଇନ୍‌ ଅଫ ଝାନ୍‌ସୀ’।ଉକ୍ତ ଫିଲ୍ମର ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା।ଫିଲ୍ମଟିକୁ ନେଇ ସେ ବହୁତ ଆଶା ବାନ୍ଧି ବସିଛନ୍ତି। ହେଲେ ଏହାର ପୋଷ୍ଟ ପ୍ରଡକ୍ସନ ବେଳେ କେଁ ସୃଷ୍ଟି ହୋଇଛି ବୋଲି ଚିତ୍ରନାଟ୍ୟ ରଚୟିତା ଅପୂର୍ବ ଆସରାନୀ ପରୋକ୍ଷରେ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ କେତେକ ସିନ୍‌ର ଚିତ୍ରନାଟ୍ୟରେ ପରିବର୍ତ୍ତନ ଆଣିବାକୁ କଙ୍ଗନା ଜିଦ୍‌ ଧରିଛନ୍ତି, ଯାହାକୁ ନେଇ ପୋଷ୍ଟ ପ୍ରଡକ୍ସନରେ ବାଧା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି।

Leave a Reply