ନେପାଳରେ ଝଡତୋଫାନ : ୨୫ ମୃତ, ୪୦୦ ରୁ ଅଧିକ ଆହତ

ନେପାଳରେ ଭୟଙ୍କର ଝଡତୋଫାନ ହେବା ସହିତ ଅତିକମ୍‌ରେ ୨୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ନେପାଳର ଦୁଇ ଜିଲ୍ଲା ବାରା ଏବଂ ପାର୍ସାରେ ଭୟଙ୍କର ରୂପ ନଇଥିଲା ଏହି ଘୂର୍ଣ୍ଣିଝଡ। ୧୨୦ କିମି ବେଗରେ ପବନ ବହିବା ସହିତ ଭୟଙ୍କର ଝଡବର୍ଷାରେ ବାରା ଜିଲ୍ଲାରେ ୨୩ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ପର୍ସା ଜିଲ୍ଲାରେ ୨ ଜଣ ମୃତାହତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗୃହ ମନ୍ତ୍ରଣାଳୟ ମନ୍ତ୍ରୀ ପ୍ରେମ୍‌ କୁମାର ରାଏ ସୂଚନା ଦେଇଛନ୍ତି। ଆହତଙ୍କ ସଂଖ୍ୟା ୪୦୦ରୁ ଅଧିକ ରହିଥିବା ବେଳେ ଭୟଙ୍କର ବର୍ଷାଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାାର ସମ୍ଭାବନା ରହିଥିବା ଜଣାପଡିଛି।

Leave a Reply