ନବୀନ ଓ ଧର୍ମେନ୍ଦ୍ରଙ୍କୁ ଅଧା ରାବଣ କହିଲେ ସୁର ରାଉତରାୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ଅଧାରାବଣ କହିଛନ୍ତି । ସୁର କହିଛନ୍ତି ଯେ, ସବୁ ଦଳରେ ରାବଣ ଅଛନ୍ତି । ଓଡିଶା ରାଜନୀତିରେ 2ରୁ 3 ଜଣ ରାବଣ ରହିଛନ୍ତି । କଂଗ୍ରେସରେ ମଧ୍ୟ ଅଛନ୍ତି । ବିଜେଡିରେ ଗୋଟିଏ ରାବଣ । ସେ କେବଳ କର୍ମଚାରୀଙ୍କ ଧରି ଶାସନ କରୁଛନ୍ତି । ନବୀନ ହେଉଛନ୍ତି ଅଧା ରାବଣ । ଧର୍ମେନ୍ଦ୍ରଙ୍କୁ ବିଜେପିର ଅଧାରାବଣ ବୋଲି ଅଭିହିତ କରିବା ସହିତ କଂଗ୍ରେସ ମୁଖ୍ୟ ରହିଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ରାମଙ୍କ ସହିତ ତୁଳନା କରିଥିଲେ ସୁର ।

Leave a Reply

Your email address will not be published. Required fields are marked *