ନକ୍ସଲ ଦମନ ବୈଠକ : ଓଡିଶା-ଆନ୍ଧ୍ର ରାଜ୍ୟର ସୀମାରେ ଭିତ୍ତିଭୂମି ମଜଭୁତ କରାଯିବ

ନକ୍ସଲ ଦମନ ନେଇ ଓଡିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଶୁକ୍ରବାର ସମନ୍ୱୟ ବୈଠକ ଶେଷ ହୋଇଛି। ଏହି ବୈଠକରେ ଓଡିଶା ଡିଜିପି ଆର.ପି ଶର୍ମା, ଆନ୍ଧ୍ର ପ୍ରଦେଶ ଡିଜିପି ଆର.ପି ଠାକୁର, ଉଭୟ ରାଜ୍ୟର ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଉଚ୍ଚପଦସ୍ଥ ପୋଲିସ୍ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଉଭୟ ରାଜ୍ୟର ସୀମାରେ ଭିତ୍ତିଭୂମିକୁ ମଜଭୁତ କରାଯିବା ସହ ପୋଲିସ ଓ ଗୁଇନ୍ଦା ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଅପରେସନ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଛି । ବୈଠକ ଶେଷରେ ଉଭୟ ଡିଜିପି ସୂଚନା ଦେଇ କହିଛନ୍ତି ଯେ ଦୁଇ ରାଜ୍ୟ ମଧ୍ୟରେ ମାଓ ଦମନ ସଂକ୍ରାନ୍ତ ଆଲୋଚନା ସଫଳ ହୋଇଛି।

Leave a Reply