ଦୌଡରୁ ଓହରିଲେ କିଶାନ କୋଠାରେ : ମହାରାଷ୍ଟ୍ର ବାଚସ୍ପତି ହେଲେ ନାନା ପଟୋଲେ

ମହରାଷ୍ଟ୍ରର ନୂତନ ବାଚସ୍ପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ନାନା ପଟୋଲେ । ବିଜେପିର କିଶାନ କୋଠାରୀ ବାଚସ୍ପତି ଦୌଡରୁ ଓହରିବା ପରେ ନାନା ପଟୋଲେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ଗତକାଲି ସରକାର ଫ୍ଲୋର ଟେଷ୍ଟରେ ପାସ କରିବା ପରେ ବିରୋଧୀ ଦଳ ବିଜେପି ନିଜର ବାଚସ୍ପତି ପ୍ରାର୍ଥୀତ୍ବ ପ୍ରତ୍ୟାହାର କରି ନେଇଥିଲେ । କୋଠାରେଙ୍କ ପ୍ରାର୍ଥୀତ୍ବ ପ୍ରତ୍ୟାହାର ପରେ ନାନା ପଟୋଲେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ ବୋଲି ଏନ୍‌ସିପି ନେତା ଛଗନ ଭୁଜବଳ ସୂଚନା ଦେଇଛନ୍ତି ।

Leave a Reply