ଦେଶର ବ୍ୟୟ ବହୁଳ ଚଳଚିତ୍ର ‘ 2.0’ ର ଟିଜର ରିଲିଜ ହେଲା। ଖର୍ଚ୍ଚ ହୋଇଛି 544 କୋଟି ଟଙ୍କା

ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘୨.୦’ ର ଦେଢ ମିନିଟ୍‍ର ଟିଜର୍‍ ରିଲିଜ୍‍ ହୋଇଯାଇଛି। ଏହାକୁ ଭାରତର ସବୁଠାରୁ ଅଧିକ ବ୍ୟୟବହୁଳ ଚଳଚ୍ଚିତ୍ର ବୋଲି କୁହାଯାଉଛି। ‘୨.୦’ ଚଳଚ୍ଚିତ୍ର ମାଧ୍ୟମରେ ଅକ୍ଷୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଛନ୍ତି। ଏଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଅକ୍ଷୟଙ୍କୁ ଡାକ୍ତର ରିଚାର୍ଡ଼ ତଥା କ୍ରାଉ ମେନ୍‍ ଭୂମିକାରେ ଦେଖିବାକୁ ମିଳିବ।ଏହି ଚଳଚ୍ଚିତ୍ର ୨୯ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚିତ୍ରରେ ଭିଏଫଏସକ୍ସ ଟେକନ୍ଲୋଜ ବ୍ୟବହାର କରାଯାଇଛି। ଯେଉଁଥିପାଇଁ ଖର୍ଚ୍ଚ ହୋଇଛି ପ୍ରାୟ 544 କୋଟି ଟଙ୍କା ବୋଲି କୁହାଯାଉଛି।

Leave a Reply