ଦୁର୍ଗା ମୂର୍ତ୍ତି ଭସାଣୀ ସମୟରେ ଅଘଟଣ : ନଦୀରେ ବୁଡି 7 ମୃତ

ଗତକାଲି ଦୁର୍ଗା ମୂର୍ତ୍ତି ଭସାଣୀ ସମୟରେ ନଦୀରେ ବୁଡ଼ି ଯାଇ 7 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି। ରାଜସ୍ଥାନର ଢୋଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ଢୋଲପୁରରେ ଥିବା ପାର୍ବତୀ ନଦୀରେ ଦୁଇଟି ପୃଥକ ପୃଥକ ସ୍ଥାନରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଘଟଣ ଘଟିଥିଲା। ଦୁଇଟି ସ୍ଥାନରେ ମୋଟ 10 ଜଣ ନଦୀର ସ୍ରୋତରେ ଭାସି ଯାଇଥିଲେ। ଏହାପରେ ନଦୀ କୂଳରେ ଥିବା ସେପଉ ପୁଲିସ୍ ଷ୍ଟେସନ ନିକଟରୁ ଜଣଙ୍କର ଶବ ଉଦ୍ଧାର ହୋଇଥିଲା। ପାର୍ବତୀ ନଦୀ ସହିତ ଯୋଡ଼ି ହୋଇଥିବା ଚମ୍ୱଲ ନଦୀରୁ ଆଉ 4ଟି ମୃତଦେହ ଉଦ୍ଧାର କରାଯାଇଥିଲା।

Leave a Reply