ଦୀପକ ଚହରଙ୍କ ହ୍ୟାଟ୍ରିକ୍‌ : ସିରିଜ୍‌ ଜିତିଲା ଭାରତ

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ସିରିଜ୍‌ରେ ଭାରତ ବିଜୟୀ ହୋଇଛି । ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 174 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର (62) ଏବଂ କେ ଏଲ୍‌ ରାହୁଲ୍‌(52) ଅର୍ଦ୍ଧଶତକ ହାସଲ କରିଥିଲେ । ମହମ୍ମଦ ନଇମ୍‌(81) ଏବଂ ମହମ୍ମଦ ମିଥୁନ୍‌(27) 98 ରନ୍‌ର ଭାଗିଦାରୀ କରି ବିଜୟ ଦିଗରେ ଅଗ୍ରସର ହେଉଥିଲେ । ଏହାପରେ ଦୀପକ ଚହର ହ୍ୟାଟ୍ରିକ୍‌ ହାସଲ କରିବା 7/6ର ଫିଗର ହାସଲ କରି ଦଳକୁ ବିଜୟୀ କରିଥିଲେ । ଦୀପକ ଚହରଙ୍କୁ ମ୍ୟାଚ୍‌ ଏବଂ ସିରିଜ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Leave a Reply