ଦାମ ରାଉତଙ୍କ ସଭାକୁ ବିଜେଡି ନେତାଙ୍କୁ ବାରଣ, ଯୋଗଦେଲେ ହେବ କାର୍ଯ୍ୟାନୁଷ୍ଠାନ

ବିଜେଡିରୁ ବହିସ୍କୃତ ହୋଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ଆଉ ଏକ ଝଟକା। ବର୍ତ୍ତମାନ ବିଜେଡିର ନେତା ଓ କର୍ମିଙ୍କୁ ଦାମଙ୍କ ସଭାସମିତିକୁ ବାରଣ କରାଗଲା। ଯଦି କୌଣସି ନେତା ବା କର୍ମି ତାଙ୍କ ସଭାରେ ଯୋଗଦେବେ ତେବେ ତାଙ୍କୁ ମଧ୍ୟ ଦାମଙ୍କ ପରି ଦଶା ଭୋଗୀବାକୁ ପଡିବ ବୋଲି ଆଜି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ରୋକଠକ୍ କହିଛନ୍ତି। ଦଳରୁ ବହିସ୍କୃତ ହେବା ପରେ ଦାମ ତାଙ୍କ ନିର୍ବାଚନ ମଣ୍ଡଳି ପାରାଦ୍ବୀପରେ ଏକ ବୈଠକ କରିଥିଲେ। ସେହି ବୈଠକରେ କେତେକ ବିଜେଡି କର୍ମି ଯୋଗଦେଇଥିଲେ ବୋଲି ଜଣାପଡିଛି। ଫଳରେ ଦଳ ତରଫରୁ ଏହି ତାଗିଦ କରାଯାଇଛି।

Leave a Reply