ନୂଆ ଦଳ ଗଢିବାକୁ ପୁଣି ଥରେ ଘୋଷଣା କଲେ ଦାମୋଦର ରାଉତ

ବିଜେଡିରୁ ବହିସ୍କୃତ ବରିଷ୍ଠ ନେତା ଦାମୋଦର ରାଉତ ଏକ ରାଜନୈତିକ ଦଳ ଗଠନ କରିବେ ବୋଲି ପୁଣି ଥରେ ଘୋଷଣା କରିଛନ୍ତି। ତେବେ ସେହି ନୂଆ ଦଳର କଣ ହେବ ରୂପରେଖ ତାହା ଦାମ କହି ନାହାଁନ୍ତି। ଦାମଙ୍କ କହିବା କଥା ଯେ, ସେ ସରକାରଙ୍କୁ ଯେଉଁ ଗାଳି କରୁଛନ୍ତି ତାହାର ଫଳ ବର୍ତ୍ତମାନ ବିଜେପି ଓ କଂଗ୍ରେସକୁ ମିଳୁଛି। ସେଥିପାଇଁ ନୂଆ ଦଳ ଗଠନ କରି ସରକାରଙ୍କୁ ଗାଳି କଲେ ତାହାର ଲାଭ ସିଧା ନୂଆ ଦଳକୁ ମିଳିବ ବୋଲି ଦାମ କହିଛନ୍ତି। ଖୁବ ଶିଘ୍ର ଏହି ଦଳର ନାମ ଘୋଷଣା କରାଯିବ ବୋଲି ଦାମ ସୂଚନା ଦେଇଛନ୍ତି।

Leave a Reply